ସମ୍ବିଧାନରେ ବ୍ୟବସ୍ଥା

ଶାସନପାଇଁ ଭାଷା ହେଉଛି ମୁଖ୍ୟ ଉପାଦାନ। ସେଥିପାଇଁ ସଂଘିୟ ରାଷ୍ଟ୍ର ଭାରତବର୍ଷ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପରିଚାଳନାପାଇଁ ପ୍ରସ୍ତୁତ କରାଯାଇଥିବା ସମ୍ବିଧାନ ଧାରା ୩୦(କ), ୧୨୦, ୨୧୦ ଏବଂ ୩୪୩ରୁ ୩୫୧ ଅନୁସାରେ ସଂଘୀୟ ଓ ରାଜ୍ୟ ଶାସନ, ନ୍ୟାୟ ପ୍ରଦାନ ବିଷୟରେ ବ୍ୟାପକ ସୂଚନା ରହିଛି। ଏପରିକି ଭାରତ ଏକ ବହୁଭାଷୀ ଭୂଖଣ୍ଡ ହୋଇଥିବାରୁ କେବଳ ପ୍ରଚଳିତ ପ୍ରମୁଖ ଭାଷାକୁ ନେଇ ଅଷ୍ଟମ ଅନୁସୂଚୀ ତାଲିକା କରାଯାଇଛି। ଭାରତୀୟ ଶାସନକାର୍ଯ୍ୟରେ ପ୍ରୟୋଗ ହେବାକୁଥିବା ସାମ୍ବିଧାନିକ ଭାଷା ମଧ୍ୟରେ ଓଡିଆଭାଷା ଅନ୍ୟତମ । ଏହି ଅବସରରେ ଓଡିଆଭାଷା ଏକ ପ୍ରାଚୀନଭାଷା ଭାବରେ ମହାଭାରତୀୟ ମର୍ଯ୍ୟାଦାର ଶାସ୍ତ୍ରୀୟମାନ୍ୟତା ଲାଭ କରିଛି।