ପ୍ରଥମ ଆଲୋଚନାର ନିର୍ଯ୍ୟାସ

ଭାଷାଭିତ୍ତିକ ପ୍ରଥମରାଜ୍ୟ ଓଡିଶାର ଶାସନ ରାଜ୍ୟଭାଷା ଓଡିଆରେ କରିବାପାଇଁ ବିଭିନ୍ନ ଗଣସଂଗଠନର ମିଳିତ ମଞ୍ଚ ଓଡିଆଭାଷା ସଂଗ୍ରାମ ସମିତିର ସଦସ୍ୟ ଏବଂ ରାଜ୍ୟ ସରକାରଙ୍କ ପାଞ୍ଚଜଣ ମାନ୍ୟବର ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଥମ ଆଲୋଚନା ସଭା ବସିଥିଲା। ଏହି ସଭାରେ ରାଜ୍ୟ ସରକାର ଓଡିଆ ଭାଷା ସଂଗ୍ରାମ ସମିତିର ଦାବି ବିଷୟରେ ଆଲୋଚନା ତଥା ଓଡିଶା କାର୍ଯ୍ୟାଳୟ ଭାଷା ଅଧିନିୟମ ୧୯୫୪ କାର୍ଯ୍ୟକାରିତାପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବା ନିଷ୍ପତ୍ତି ଗୃହୀତ ହୋଇଥିଲା। ଉକ୍ତ ବୈଠକର ନିଷ୍ପତ୍ତି ଅନୁସାରେ ଏହି ନବଗଠିତ କମିଟି ସଦସ୍ୟ ଭାବରେ ରାଜ୍ୟ ସରକାରଙ୍କ ପାଞ୍ଚଜଣ ମନ୍ତ୍ରୀ ଓ ଓଡିଆଭାଷା ସଂଗ୍ରାମ ସମିତିର ୭ଜଣ ସଦସ୍ୟ, ଜଣେ ଭାଷାବିତ, ରାଜ୍ୟ ସରକାରଙ୍କ ବିଧିସଚିବ, ସାଧାରଣ ପ୍ରଶାସନ ସଚିବ ଏବଂ ଆବାହକ ଭାବରେ ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମସଚିବ ରହି ସମୟାନୁକ୍ରମେ ଓଡିଆଭାଷା ଆଇନ୍ ୧୯୫୪ କାର୍ଯ୍ୟକାରିତା ବିଷୟରେ ନିଷ୍ପତ୍ତି ନେବେ।